clickhere

<p><h1>Heading 1</h1></p>

">alert(1)

"><script>alert(1)</script>

ଗ୍ରାମ ପରିପୂର୍ଣ୍ଣତା

ଗାଁର ସମସ୍ତ ଜନଜାତି ପରିବାରକୁ ଏକ ଏମ୍.ଏମ୍. ଜେ.ଜେ.ଏମ୍. କ୍ଲଷ୍ଟର / ଜନଜାତି ଜୀଭିକା ପରିଷଦ (ଜେଜେପି) ରେ ଅନ୍ତର୍ଭୁକ୍ତ କରିବା ।

ଜୀବିକା କାର୍ଯ୍ୟକ୍ରମରେ ବିବିଧତା

ଉତ୍ସ ଉପଲବ୍ଧତା, ଦକ୍ଷତା, ଅଭିଜ୍ଞତା ଏବଂ ପସନ୍ଦ ଉପରେ ଆଧାର କରି କୃଷି ଭିତ୍ତିକ ଓ ଅନ୍ୟାନ୍ୟ ଅଣ-କୃଷି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଜନଜାତି ପରିବାର ଗୁଡ଼ିକର ସ୍ଥାୟୀ ଜୀବିକା ସୁନିଶ୍ଚିତ କରିବା ।

ସହଭାଗୀତା ଏବଂ ସହଯୋଗ

ବିଶେଷଜ୍ଞ, ଶିକ୍ଷାନୁଷ୍ଠାନ, ରିସୋର୍ସ ଏଜେନ୍ସି, ବୈଷୟିକ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ, ଷ୍ଟାର୍ଟଅପ୍ ଏବଂ ବଜାର ସହିତ ସହଯୋଗ ରକ୍ଷା କରିବା ।

ଅନୁଷ୍ଠାନିକରଣ ଏବଂ ଅଂଶଗ୍ରହଣ

ସମସ୍ତ ପ୍ରକ୍ରିୟାରେ ମୁଖ୍ୟ ଚାଳକ ଭାବରେ ସମ୍ପ୍ରଦାୟ ସ୍ତରର ଅନୁଷ୍ଠାନ (ଜେ.ଜେ.ପି.) କୁ ମଜବୁତ କରିବା ଏବଂ ଗୋଷ୍ଠୀ ସ୍ତରରେ ଯୋଜନା ଏବଂ କାର୍ଯ୍ୟକ୍ରମ ନିରୀକ୍ଷଣକୁ ସୁନିଶ୍ଚିତ କରିବା ।

ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସହାୟତା

ସମସ୍ତ କାର୍ଯ୍ୟକ୍ରମରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସହାୟତା ଯୋଗାଇବା ଓ ସାଥିରେ ରହିବା [ଯୋଜନା, ଦକ୍ଷତା ବିକାଶ, ପ୍ରାଥମିକ ସହାୟତା ସମର୍ଥନ, କାର୍ଯ୍ୟକ୍ରମ ନିରିକ୍ଷଣ, ଉତ୍ପାଦନ ଏବଂ ଉତ୍ପାଦନର ପରବର୍ତ୍ତୀ ଯତ୍ନ , ମୂଲ୍ୟ ଯୋଗ ଏବଂ ବଜାର ସହ ଯୋଗାଯୋଗ ] ।

ସମ୍ମିଶ୍ରଣ ଓ ସମନ୍ବୟ ସ୍ଥାପନ (କନ୍ଭରଜେନ୍ସ)

ଜୀବିକା ପ୍ରୋତ୍ସାହନ ଦିଗରେ ସହାୟତା ଯୋଗାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ସହ ସମନ୍ଵୟ  ରକ୍ଷା କାର୍ଯ୍ୟକ୍ରମ ଏବଂ ଯୋଜନାଗୁଡ଼ିକର ସମ୍ମିଶ୍ରଣକୁ ସୁନିଶ୍ଚିତ କରିବା ।  

ଅଭିନବ ଏବଂ ପ୍ରଯୁକ୍ତିବିଦ୍ୟାର ଏକୀକରଣ

ମୂଲ୍ୟ ଶୃଙ୍ଖଳରେ ଅଭିନବ ଚିନ୍ତାଧାରା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସମାଧାନର ଏକୀକରଣ ।

ସ୍ଥାୟୀ ଜୀବିକା ସମ୍ପଦର ବିକାଶ

ବ୍ୟକ୍ତିଗତ ଏବଂ ସମ୍ପ୍ରଦାୟ ସ୍ତରରେ ଜୀବିକା ବୃଦ୍ଧି ନିମନ୍ତେ ସ୍ଥାୟୀ ଜୀବିକା ନିର୍ବାହ ଭିତ୍ତିଭୂମି / ସମ୍ପତ୍ତି ଗୁଡିକର ନିର୍ମାଣ ଓ ସୃଷ୍ଟି  ।

ଗୋଷ୍ଠୀ ସ୍ତରର କ୍ୟାଡର୍ସ ନିର୍ମାଣ

ପ୍ରକ୍ରିୟାକୁ ଆଗକୁ ନେବା ଏବଂ କାର୍ଯ୍ୟକ୍ରମ ଗୁଡିକର ସ୍ଥିରତା ନିଶ୍ଚିତ କରିବା ନିମନ୍ତେ ଜେ.ଜେଏସ୍, ଗ୍ରାମର ଯୁବକ, ଉଦ୍ୟୋଗୀମାନଙ୍କର ଦକ୍ଷତା ବୃଦ୍ଧି ।