1

ଜନଜାତି ସମ୍ପ୍ରଦାୟର ତୃଣମୂଳ ଅନୁଷ୍ଠାନ ଭାବରେ ଜନଜାତି ଜୀବିକା ପରିଷଦ (ଜେଜେପି) ଗଠନ କରି ଏହାକୁ ସୁଦୃଢ କରାଇବା ଏବଂ ଜୀବିକା ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା କରିବା

2

ସମ୍ପ୍ରଦାୟର ଆତ୍ମବିଶ୍ୱାସ ବଢାଇବା ନିମନ୍ତେ ପ୍ରବେଶ ବିନ୍ଦୁ କାର୍ଯକ୍ରମ

3

ଆବଶ୍ୟକୀୟ କୃଷି ସାମଗ୍ରୀର ସହାୟତା,  ପୁନଃ ନିର୍ମାଣ କୃଷି ଏବଂ ବିନା ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରି; ଫସଲ ଉତ୍ପାଦନ ମାଧ୍ୟମରେ ଫାର୍ମ କ୍ଲଷ୍ଟରର ବିକାଶ

4

ଫସଲର ସଘନତା ବୃଦ୍ଧି ନିମନ୍ତେ ଉପଯୁକ୍ତ ଜଳସେଚନ ଭିତ୍ତିଭୂମି ସୃଷ୍ଟି

5

ପଶୁ ଓ ପକ୍ଷୀ ପାଳନ ତଥା ସେମାନଙ୍କର  ଚିକିତ୍ସାରେ ପାରମ୍ପରିକ ପଦ୍ଧତି ଅଭ୍ୟାସକୁ ଅନ୍ତର୍ଭୁକ୍ତ କରି ଗୁରୁତ୍ଵପୂର୍ଣ୍ଣ ସହାୟତା ମାଧ୍ୟମରେ ପଶୁପାଳନ ଏବଂ ମତ୍ସ୍ୟଜୀବୀ କ୍ଲଷ୍ଟର ବିକାଶ

6

ଆଦିବାସୀ ଯୁବକ-ଯୁବତୀ ମାନଙ୍କର ରୋଜଗାର ଏବଂ ଆୟ ବୃଦ୍ଧି ପାଇଁ ସେମାନଙ୍କୁ ଲଘୁ-ଉଦ୍ୟୋଗ ବିକାଶ ନିମନ୍ତେ ପ୍ରୋତ୍ସାହନ

7

ଗରିବ ଏବଂ ନିଃସହାୟ ପରିବାର ମାନଙ୍କର  ଆୟ ବୃଦ୍ଧି କାର୍ଯ୍ୟକଳାପ (IGA) ନିମନ୍ତେ ପ୍ରୋତ୍ସାହନ

8

ଜଙ୍ଗଲ ଭିତ୍ତିକ ଜୀବିକାର ପ୍ରୋତ୍ସାହନ ମାଧ୍ୟମରେ ଲଘୁ ବନଜାତ ଦ୍ରବ୍ୟଗୁଡିକର ସଂଗ୍ରହ, ଏକତ୍ରିକରଣ  ଏବଂ ଅତ୍ୟାବଶ୍ୟକ ମୂଲ୍ୟ ଯୋଗ

9

ପ୍ରତିଯୋଗିତାମୂଳକ ବଜାର ମୂଲ୍ୟ ପାଇବା ନିମନ୍ତେ ମୂଲ୍ୟ ଯୋଗ, ଉତ୍ପାଦନର ବ୍ରାଣ୍ଡିଂ ଏବଂ ସଠିକ୍  ବଜାର ସହ ଯୋଗାଯୋଗ

10

ଜୀବିକା ସାଧନ କେନ୍ଦ୍ର ଗଠନ ତଥା  ଧାର୍ଯ୍ୟ କରାଯାଇଥିବା ହିତାଧିକାରୀ ଓ ଗୋଷ୍ଠୀ ଅନୁଷ୍ଠାନଗୁଡ଼ିକର ତାଲିମ ଏବଂ ଦକ୍ଷତା ବିକାଶ